ନିଜ ପଦରୁ ମୁନ୍ନା ଖାଁ ଇସ୍ତଫା ଦେଇଥିବା ଚର୍ଚ୍ଚା

ଓଡ଼ିଶା ଲିଡ୍ସ(ବ୍ୟୁରୋ): ବିଜୁ ଜନତା ଦଳ ସଂଖ୍ୟାଲଘୁ ସଂପ୍ରଦାୟ ସଂଯୋଜକ ପଦରୁ ରାଜ୍ୟସଭା ସାଂସଦ ମୁନ୍ନା ଖାଁ ଇସ୍ତଫା ଦେଇଥିବା ଚର୍ଚ୍ଚା ହେଉଛି । ଆଜି ନବୀନ ନିବାସରେ ପହଞ୍ଚି ସେ ଇସ୍ତଫା ଦେଇଥିବା ଚର୍ଚ୍ଚା ହେଉଛି । ସୂଚନାଯୋଗ୍ୟ ଗତ ୫ ତାରିଖ ଦିନ ବିଭିନ୍ନ କମିଟି ବିଜେଡି ପକ୍ଷରୁ ଗଠନ ହୋଇଥିଲା । ଯେଉଁଥିରେ ଦକ୍ଷିଣ ଜୋନର ସଂଯୋଜକ ଭାବେ ସାଂସଦ ମୁଜିବୁଲ୍ଲା ଖାଁ ଓରଫ୍ ମୁନା ଖାଁଙ୍କୁ ଦାୟିତ୍ବ ଦିଆଯାଇଥିଲା । ଯାହାକୁ ନେଇ ସେ ଓ ତାଙ୍କ ସମର୍ଥକ ଅସନ୍ତୁଷ୍ଟ ଥିଲେ ।

The post ନିଜ ପଦରୁ ମୁନ୍ନା ଖାଁ ଇସ୍ତଫା ଦେଇଥିବା ଚର୍ଚ୍ଚା appeared first on orissaleads.

News