ରୋଗ ପ୍ରତିରୋଧ କ୍ଷମତା କମିଲେ କରୋନା ସଂକ୍ରମଣ ହେଉଛି, ଭୟର କାରଣ ନାହିଁ-ଜନ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ
ଓଡ଼ିଶା ଲିଡ୍ସ(ବ୍ୟୁରୋ): କରୋନାକୁ ନେଇ ଏବେ ଚିନ୍ତା କରିବାର ଆଵଶ୍ୟକତା ନାହିଁ ବୋଲି କହିଛନ୍ତି ରାଜ୍ୟ ଜନ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର । ସେ ଏହା ମଧ୍ୟ କହିଛନ୍ତି ଏହା ନୂଆ ଭାରିଆଣ୍ଟ ନୁହେଁ। ରୋଗ ପ୍ରତିରୋଧ କ୍ଷମତା କମିଗଲେ କରୋନା ସଂକ୍ରମଣ ହେଉଛି। ଏଥିଲାଗି ସବୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଟେଷ୍ଟିଂ ଚାଲିଛି। ଏ ନେଇ ଭୟଭୀତ ହେବାର କୌଣସି କାରଣ ନାହିଁ।
ଏସିଆ ମହାଦେଶର ହଂକଂ ଏବଂ ସିଙ୍ଗାପୁରରେ କରୋନା ପୁଣି ଥରେ ବ୍ୟାପିବାରେ ଲାଗିଛି। ଏହି ଦୁଇ ସ୍ଥାନରେ ନୂତନ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ରୋଗୀଙ୍କ ସଂଖ୍ୟା ହଠାତ୍ ବୃଦ୍ଧି ପାଇଛି ।
ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଓ କେନ୍ଦ୍ର ସରକାରଙ୍କ ସହିତ ରାଜ୍ୟ ସରକାର ଯୋଗାଯୋଗରେ ଅଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ କୌଣସି ଗାଇଡଲାଇନ୍ ଆସିଲେ, ତାକୁ କାର୍ଯ୍ୟକାରୀ କରାଯିବ।
The post ରୋଗ ପ୍ରତିରୋଧ କ୍ଷମତା କମିଲେ କରୋନା ସଂକ୍ରମଣ ହେଉଛି, ଭୟର କାରଣ ନାହିଁ-ଜନ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ appeared first on orissaleads.
News