ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କ ସହିତ ପ୍ରିୟଙ୍କା ଲିଙ୍କ, ମୁହଁ ଖୋଲିଲେ ପ୍ରିୟଙ୍କା ସେନାପତି
ଓଡ଼ିଶା ଲିଡ୍ସ(ବ୍ୟୁରୋ): ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରା ଘଟଣାରେ ଛନ୍ଦି ହୋଇ ପଡ଼ିଥିବା ପୁରୀର ପ୍ରିୟଙ୍କା ସେନାପତି ମୁହଁ ଖୋଲିଛନ୍ତି । ପ୍ରିୟଙ୍କା କହିଛନ୍ତି, ଜ୍ୟୋତି କେବଳ ମୋର ଜଣେ ସାଙ୍ଗ। ୟୁଟ୍ୟୁବ ମାଧ୍ୟମରେ ତାଙ୍କ ସହ ମୋର ପରିଚୟ ସହିତ ବନ୍ଧୁତା ହୋଇଥିଲା । ଜ୍ୟୋତି ମାଲହୋତ୍ରା ଯେଉଁ ଅଭିଯୋଗରେ ଗିରଫ ହୋଇଛନ୍ତି, ସେ ବିଷୟରେ ମୁଁ ଜାଣି ନାହିଁ । ଜ୍ୟୋତି ମାଲହୋତ୍ରା ପାକିସ୍ତାନର ଗୁଇନ୍ଦାଗିରି କରୁଥିବା ବିଷୟ ଜାଣିଥିଲେ ମୁଁ ତାଙ୍କ ସହିତ ସଂପର୍କ ରଖିନଥାନ୍ତି। ମୁଁ କେବଳ ବୃତ୍ତିଗତ ଭାବେ ତାଙ୍କୁ ଜାଣେ। ଯଦି କୌଣସି ତଦନ୍ତକାରୀ ସଂସ୍ଥା ମୋତେ ପଚରାଉଚରା କରିବାକୁ ଚାହିଁବେ, ମୁଁ ସେଥିଲାଗି ସହଯୋଗ କରିବାକୁ ପ୍ରସ୍ତୁତ ଅଛି ବୋଲି ସେ କହିଛନ୍ତି ।
ଏହି ଘଟଣା ପରେ ଆଜି ପୁରୀ ପୋଲିସ ପ୍ରିୟଙ୍କା ସେନାପତିଙ୍କ ଘରକୁ ଯାଇ ବିଭିନ୍ନ ବିଷୟରେ ପଚରାଉଚରା କରିଛି। ଏହା ଏକ ସମ୍ବେଦନଶୀଳ ଘଟଣା ହୋଇଥିବାରୁ ଏ ନେଇ ଆଗକୁ ଅଧିକ ତଦନ୍ତ ହେବ ବୋଲି ସୂଚନା ମିଳିଛି । ଏହି ଘଟଣା ଆଜି ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁରେ ରହିଛି ।
The post ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କ ସହିତ ପ୍ରିୟଙ୍କା ଲିଙ୍କ, ମୁହଁ ଖୋଲିଲେ ପ୍ରିୟଙ୍କା ସେନାପତି appeared first on orissaleads.
News