ନିଆରା ମଣିଷ, ନିଆରା ରାଜନେତା ଇଂ ପ୍ରୀତିରଞ୍ଜନ
ଓଡ଼ିଶା ଲିଡ୍ସ(ଯାଜପୁର): ଜଣେ ପ୍ରକୃତ ରାଜନେତା ବିଜୟରେ ଉଲ୍ଲସିତ ହୋଇ ପଡ଼ନ୍ତି ନାହିଁ କି ପରାଜୟ ତାଙ୍କୁ ମର୍ମାହତ କରି ପାରେ ନାହିଁ । ବିଜୟ ଆଉ ପରାଜୟ ରାଜନୀତିର ଦୁଇଟି ପାର୍ଶ୍ଵ । ରାଜନୀତିରେ ବିଜୟ ଯଦି ଅଛି ପରାଜୟ ବି ଅଛି । ଜଣେ ରାଜନେତା ପରାଜିତ ହୋଇ ନିଜ ଆଦର୍ଶରୁ ଯଦି ବିଚ୍ୟୁତ ନ ହୁଏ ଓ ଲୋକଙ୍କ ସେବାକୁ ପ୍ରାଧାନ୍ୟ ଦିଏ ତେବେ ସେ ପ୍ରକୃତ ରାଜନେତା ଭାବେ ଭିନ୍ନ ପରିଚୟ ସୃଷ୍ଟି କରିବା ସହିତ ଲୋକଙ୍କ ଶ୍ରଦ୍ଧା ଓ ସମ୍ମାନ ସାଉଁଟି ଥାଏ । ଯାହାକୁ ପ୍ରମାଣିତ କରୁଛନ୍ତି ସୁକିନ୍ଦାର ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ । ସମସ୍ତଙ୍କ ପ୍ରିୟ ଡ୍ୟାନି । ଲଗାତାର ତିନିଥର ନିର୍ବାଚିତ ହୋଇଥିଲେ ଇଂ ଘଡାଇ । କୋରେଇ ଆସନରୁ ଜିତି ନିଜ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିବା ଇଂ ଘଡାଇ ଲଗାତାର ଦୁଇଥର ସୁକିନ୍ଦାରୁ ନିର୍ବାଚିତ ହୋଇ ରାଜ୍ୟ ସରକାରରେ ଗୁରୁତ୍ୱପୂର୍ଣ୍ଣ ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି । ଗତ ନିର୍ବାଚନରେ ସେ କିନ୍ତୁ ପରାଜିତ ହୋଇଛନ୍ତି । ହେଲେ ପରାଜୟ କୁ ଖୁବ ଖେଳୁଆଡ଼ ମନୋଭାବରେ ନେଇଛନ୍ତି ସେ । ନିର୍ବାଚନରେ ପରାଜୟ ପରେ ନେତା ମାନେ ନିରବୀ ଯାଉଥିଲା ବେଳେ, ନିଜ ଅଞ୍ଚଳର ଲୋକଙ୍କ ସହିତ ସମ୍ପର୍କ ଛିନ୍ନ କରୁଥିଲା ବେଳେ ତାର ବ୍ୟତିକ୍ରମ କିନ୍ତୁ ଇଂ ପ୍ରୀତିରଞ୍ଜନ ।
ନିର୍ବାଚନ ପରଠାରୁ ସୁକିନ୍ଦାରେ ଘୁରି ବୁଲୁଛନ୍ତି, ସମ୍ପର୍କ ଯୋଡୁଛନ୍ତି । ଜନ୍ମରୁ ନେଇ ମୃତ୍ୟୁର ଭୋଜି ଭାତ ନୁହେଁ ଶବ ସହିତ ସ୍ମଶାନ ଘାଟରେ ପହଞ୍ଚୁଛନ୍ତି ଇଂ ଘଡାଇ । ନାହିଁ ବଡ଼ ଛୋଟ, ଧନୀ କି ଗରିବର ଭେଦ ଭାବ । ସୁକିନ୍ଦାର ସବୁ ପରିବାର ମୋ ପରିବାର ବୋଲି କହି ସବୁ ପରିବାର ନିକଟରେ ପହଞ୍ଚି ଶୁଖ ଦୁଃଖ ବାଣ୍ଟୁଛନ୍ତି । ଦୁଃଖରେ ଅଧିର ପରିବାରକୁ ସାନ୍ତ୍ୱନା ଦେଉଛନ୍ତି । ଖୁସିରେ ଅଧିର ପରିବାର ସହିତ ଖୁସି ବାଣ୍ଟୁଛନ୍ତି ।
ନିକଟରେ ଏଭଳି କିଛି ଦେଖିବାକୁ ମିଳିଥିଲା ଦୁଧୁଜୋରି ପଞ୍ଚାୟତ ଦାମୋଦରପୁର ଗ୍ରାମରେ । ସେଦିନ ଥିଲା ଗଙ୍ଗାଧର ପାତ୍ରଙ୍କ ଏକା ଦଶାହ । ସେମିତି ସାଜସଜ୍ଜା ନଥିଲା, କି ବଡ଼ ଆୟୋଜନ ନଥିଲା । ଗ୍ରାମବାସୀ, ଜ୍ଞାନ୍ତି କୁଟୁମ୍ବକୁ ନେଇ ଆୟୋଜିତ ହୋଇଥିଲା ଭୋଜି । ହେଲେ ସେଠାରେ ପହଞ୍ଚିଥିଲେ ଇଂ ପ୍ରୀତିରଞ୍ଜନ ଘଡାଇ ।
ପହଞ୍ଚିବା କ୍ଷଣି ଡ୍ୟାନି ଭାଇ ଆସିଛନ୍ତି ବୋଲି ଗାଁ ସାରା ଲୋକଙ୍କ ମେଳି ହେଲା । ଗଙ୍ଗାଧରଙ୍କ ପରିବାର ଲୋକଙ୍କୁ ସାନ୍ତ୍ୱନା ଦେଇ ଗ୍ରାମବାସୀଙ୍କ ସହିତ ବେଶ କିଛି ସମୟ ବସି ଆଲୋଚନା କରିଥିଲେ ସମସ୍ତଙ୍କ ପ୍ରିୟ ଡ୍ୟାନି ଭାଇ । ଫେରିଲା ବେଳେ ସମସ୍ତେ ବେଶ କିଛି ବାଟ ଆସି ତାଙ୍କୁ ବିଦାୟ ଦେଇଥିଲେ । ସମସ୍ତଙ୍କ ମୁହଁରେ ଥିଲା ମଣିଷ ପରି ମଣିଷ ଟିଏ ଆମ ଡ୍ୟାନି ଭାଇ ।
The post ନିଆରା ମଣିଷ, ନିଆରା ରାଜନେତା ଇଂ ପ୍ରୀତିରଞ୍ଜନ appeared first on orissaleads.
News