ଶୁବମନ ଗିଲ ହେଲେ ଟେଷ୍ଟ ଅଧିନାୟକ, ଋଷଭଙ୍କ ଚୟନ ଓ ଉପ-ଅଧିନାୟକ ନିଯୁକ୍ତି ନେଇ ପ୍ରତିକ୍ରିୟା

ଓଡ଼ିଶା ଲିଡ୍ସ(ବ୍ୟୁରୋ): ଆଗାମି ଇଂଲଣ୍ଡ ଗସ୍ତ ପାଇଁ ପ୍ରତିଭାବାନ ଯୁବ କ୍ରିକେଟର ଶୁବମନ ଗିଲଙ୍କୁ ନୂଆ ଅଧିନାୟକ ନିଯୁକ୍ତ କରିଛି ବିସିସିଆଇ । ୨୦୨୦ ମସିହାରେ ଟେଷ୍ଟ ଡେବ୍ୟୁ କରିଥିବା ଗିଲ ୩୨ ଟି ଟେଷ୍ଟ ଖେଳି ୧୮୯୩ ରନ ସଂଗ୍ରହ କରିଛନ୍ତି । ସେଥି ମଧ୍ୟରେ ୫ଟି ଶତକ ସାମିଲ ଅଛି । ଭବିଷ୍ୟତକୁ ଦୃଷ୍ଟିରେ ରଖି ତାଙ୍କୁ ଅଧିନାୟକ ନିଯୁକ୍ତ କରାଯାଇଥିଲା ବେଳେ ଋଷଭ ପାନ୍ତଙ୍କୁ ଉପ ଅଧିନାୟକ ନିଯୁକ୍ତ କରାଯାଇଛି । ହେଲେ ତାଙ୍କ ଚୟନ ଓ ଉପ ଅଧିନାୟକ ନିଯୁକ୍ତିକୁ ନେଇ ସାରା ଦେଶରେ ପ୍ରତିକ୍ରିୟା ସୃଷ୍ଟି ହୋଇଛି ।

ଖୁବ ଭଲ ଫର୍ମରେ ରହି ସ୍ଥିର ପ୍ରଦର୍ଶନ କରୁଥିବା ଶ୍ରେୟସ ଆୟାରଙ୍କୁ କେଉଁ ଆଧାରରେ ଦଳରୁ ବାଦ ଦିଆଗଲା ତାକୁ ନେଇ ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା ବେଳେ ଦୁର୍ଘଟଣା ପରଠାରୁ ଆଦୌ ଭଲ ପ୍ରଦର୍ଶନ କରୁନଥିବା ଓ ଚଳିତ ଆଇପିଏଲ ରେ ଅସ୍ଥିର ପ୍ରଦର୍ଶନ କରୁଥିବା ଋଷବଙ୍କୁ ଚୟନ ସହିତ ଉପ ଅଧିନାୟକ ଭାବେ ବିସିସିଆଇ କିଭଳି ଚୟନ କଲା ତାହା ସମସ୍ତଙ୍କୁ ଚକିତ କରିଛି ।

The post ଶୁବମନ ଗିଲ ହେଲେ ଟେଷ୍ଟ ଅଧିନାୟକ, ଋଷଭଙ୍କ ଚୟନ ଓ ଉପ-ଅଧିନାୟକ ନିଯୁକ୍ତି ନେଇ ପ୍ରତିକ୍ରିୟା appeared first on orissaleads.

News