ମଧ୍ୟରାତ୍ରୀରେ ମେଡିକାଲରେ ପହଞ୍ଚି ରୋଗୀଙ୍କ ସମସ୍ୟା ବୁଝିଲେ ଇଂ ପ୍ରୀତିରଞ୍ଜନ

ଓଡ଼ିଶା ଲିଡ୍ସ(ଯାଜପୁର): ଲୋକମାନେ ଯେତେବେଳେ ରାତିରେ ଶୋଇ ଦିନ ଯାକର ଥକ୍କା ମେଣ୍ଟାଉଥିଲେ ସେତିକି ବେଳେ ମଧ୍ୟରାତ୍ରୀରେ ମେଡିକାଲରେ ପହଞ୍ଚି ରୋଗୀଙ୍କ ସମସ୍ୟା ପରଖୁଥିଲେ ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ । ଗତକାଲି ମଧ୍ୟରାତ୍ରୀରେ ହଠାତ ଦାନଗଦି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚିଥିଲେ ଇଂ ଘଡାଇ । ସେଠାରେ ଚିକିତ୍ସିତ ହେଉଥିବା ରୋଗୀ ମାନଙ୍କ ନିକଟକୁ ଯାଇ ସେମାନଙ୍କ ସହିତ ଚିକିତ୍ସା ସେବା ବିଷୟରେ ପଚାରି ବୁଝିଥିଲେ । ଏହା ପରେ ଚିକିତ୍ସା କରୁଥିବା ଡାକ୍ତରଙ୍କ ନିକଟକୁ ଯାଇ ତାଙ୍କ ସହିତ ଆଲୋଚନା କରିଥିଲେ । ସମସ୍ତ ରୋଗୀଙ୍କୁ ଉନ୍ନତ ଚିକିତ୍ସା ସେବା ଯୋଗାଇ ଦେବାକୁ ପରାମର୍ଶ ଦେଇଥିଲେ । ନିଜର ସେବା ମନୋଭାବ ଓ ନିଆରା ପଣ ପାଇଁ ଚର୍ଚ୍ଚିତ ଇଂ ଘଡାଇଙ୍କ ଏହି କାର୍ଯ୍ୟ ବେଶ ଚର୍ଚ୍ଚା ସୃଷ୍ଟି କରିଛି ।

The post ମଧ୍ୟରାତ୍ରୀରେ ମେଡିକାଲରେ ପହଞ୍ଚି ରୋଗୀଙ୍କ ସମସ୍ୟା ବୁଝିଲେ ଇଂ ପ୍ରୀତିରଞ୍ଜନ appeared first on orissaleads.

News