ଭାରତର ଆକ୍ରମଣରେ ଜୈସ ଅନ୍ୟତମ ମୁଖ୍ୟ ରୌଫ ଆଝାର ମୃତ
ଓଡ଼ିଶା ଲିଡ୍ସ(ବ୍ୟୁରୋ):ମଇ ୭ ରାତିରେ ପାକିସ୍ତାନ ଉପରେ ଭାରତ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଅଟି ସ୍ଥାନରେ ଆକ୍ରମଣ କରିଥିଲା । ଏହି ସ୍ଥାନ ଗୁଡିକରେ ଆତଙ୍କବାଦୀ କାର୍ଯ୍ୟକଳାପ ଚାଲିଥିଲା । ଏହି ଆକ୍ରମଣରେ ଭାରତର ମୋଷ୍ଟ ଓ୍ବାଣ୍ଟେଡ୍ ଆତଙ୍କବାଦୀ ମାସୁଦ ଆଝାରର ପରିବାର ସଫା ହୋଇଯାଇଛି । ଆଝାର ପରିବାରର ମୋଟ ୧୦ ଜଣ ସଦସ୍ୟ ମୃତ୍ୟୁବରଣ କରିଛନ୍ତି। ସେମାନଙ୍କ ମଧ୍ୟରେ ରହିଛି ମାସୁଦର ଭାଇ ରୌଫ ଆଝାର ।
୧୯୯୯ ମସିହାରେ ମାସୁଦ ଆଝାର କଶ୍ମୀରର ଜେଲରେ ଥିଲା, ତାକୁ ଛଡ଼ାଇବାକୁ ରୌଫ କାନ୍ଦାହାର ବିମାନ ଅପହରଣ କରାଇଥିଲା । ଏହି ଘଟଣାରେ ମାସୁଦ ଆଝାରକୁ ଭାରତ ମୁକ୍ତ କରିବା ପରେ ଜୈସ-ଇ-ମହମ୍ମଦ ଗଠନ ହୋଇଥିଲା ଓ ତାପରେ ଭାରତରେ ସଂସଦ ଭବନ ଆକ୍ରମଣ ସମେତ ଆହୁରି ଅନେକ ଆକ୍ରମଣ କରାଯାଇଥିଲା । ମାସୁଦ ଆଝାର ପରି ରୌଫ ଆଝାର ମଧ୍ୟ ଜଣେ କୁଖ୍ୟାତ ଅନ୍ତର୍ଜାତୀୟ ଆତଙ୍କବାଦୀ ଥିଲା ।
ମଇ ୭ ତାରିଖ ରାତିରେ ଭାରତର ଆକ୍ରମଣ ଭୟରେ ରୌଫ ଆଝାର ପାକିସ୍ତାନର ବାହାୱଲପୁରରେ ଥିବା ଜୈଶ ମୁଖ୍ୟାଳୟର ବଙ୍କରରେ ଲୁଚି ରହିଥିଲା; ହେଲେ ନିଜକୁ ବଞ୍ଚାଇ ପାରି ନଥିଲା । ରୌଫର ମୃତ୍ୟୁ ମାସୁଦ ଆଝାର ପାଇଁ ବଡ଼ ଧକ୍କା କୁହାଯାଉଛି ।
The post ଭାରତର ଆକ୍ରମଣରେ ଜୈସ ଅନ୍ୟତମ ମୁଖ୍ୟ ରୌଫ ଆଝାର ମୃତ appeared first on orissaleads.
News