ଦାମୋଦରଙ୍କ ସେବା ମନୋଭାବ ଆମ ପାଇଁ ପ୍ରେରଣା ହୋଇ ରହିବ-ଇଂ ପ୍ରୀତିରଞ୍ଜନ

ଓଡ଼ିଶା ଲିଡ୍ସ(ଯାଜପୁର):ଟାଟା ଷ୍ଟିଲ୍ କଳିଙ୍ଗନଗର ୟୁନିୟନ ଶାଖାର ସାଧାରଣ ସମ୍ପାଦକ ତଥା ଶ୍ରମିକ ନେତା ଦାମୋଦର ସଏଙ୍କ ଦେହାନ୍ତ ନିକଟରେ ହୋଇ ଯାଇଛି । ଜଣେ ଦରଦୀ ରାଜନେତା ଭାବେ ପରିଚୟ ସୃଷ୍ଟି କରିଥିବା ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ ତାଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିଛନ୍ତି । ଇଂ ଘଡାଇଙ୍କୁ ବିଭିନ୍ନ ସମୟରେ ଶ୍ରମିକ ମାନଙ୍କ ହକ ପାଇଁ ସଂଗ୍ରାମ କରୁଥିବା ଦେଖିବାକୁ ମିଳିଥାଏ । ସୁକିନ୍ଦା ଶ୍ରମିକ ମାନଙ୍କୁ ନେଇ ଏକ ବିଶାଳ ଶ୍ରମିକ ସଂଗଠନର ମୁଖ୍ୟ ଭାବେ ଗୁରୁ ଦାୟିତ୍ୱ ମଧ୍ୟ ବହନ କରୁଛନ୍ତି ଇଂ ଘଡାଇ । ଶ୍ରମିକ ମାନେ ସୁନାର ସୁକିନ୍ଦା ଗଢିବାରେ ବିନ୍ଧାଣି ଭାବେ କାର୍ଯ୍ୟ କରୁଛନ୍ତି । ସେମାନଙ୍କ ଆର୍ଥିକ, ମାନସିକ ଓ ସ୍ବାସ୍ଥ୍ୟଗତ ବିକାଶକୁ ପ୍ରାଧାନ୍ୟ ଦେବା ଜରୁରୀ ବୋଲି କୁହନ୍ତି ଇଂ ଘଡାଇ । ବିଶେଷ କରି ଶ୍ରମିକ ମାନଙ୍କ ପିଲା ମାନେ କିଭଳି ଉଚ୍ଚଶିକ୍ଷା ପାଇ ଶିକ୍ଷିତ ହେବେ ସେଥି ପ୍ରତି ବେଶ ଯତ୍ନବାନ ମଧ୍ୟ । ନିଜ ସମୟରେ ଖଣି ଅଞ୍ଚଳରେ ସ୍କୁଲ, କଲେଜର ବିକାଶ କରିବା, ସ୍କୁଲ କଲେଜକୁ ଛାତ୍ରଛାତ୍ରୀ ମାନେ ଯିବା ଆସିବା କରିବାକୁ ବସ ବ୍ୟବସ୍ଥା କରିବା, ପିଲାମାନଙ୍କ ବୌଦ୍ଧିକ ବିକାଶ ପାଇଁ ପାର୍କ ନିର୍ମାଣ କରିବା ଆଦି ବିଭିନ୍ନ କାର୍ଯ୍ୟକ୍ରମ ମାନ କରିଥିଲେ । ଶ୍ରମିକ ଟିଏ ସମସ୍ୟାରେ ପଡିଲେ ତାଙ୍କ ନିକଟରେ ପହଂଚିବା ସହିତ ଆର୍ଥିକ ସହାୟତା ପ୍ରଦାନ କରିବାର ବହୁ ନଜିର ରହିଛି । ଅନ୍ୟପକ୍ଷରେ ଯଦି କୌଣସି ଶ୍ରମିକଟିଏ ମୃତ୍ୟୁ ବରଣ କରେ କେବଳ ତାଙ୍କ ପରିବାର ନିକଟରେ ନୁହେଁ ସ୍ମଶାନ ଘାଟରେ ରହି ଶେଷ କୃତ୍ୟ ସମ୍ପନ୍ନ କରୁଥିବା ଦେଖିବାକୁ ମିଳିଥାଏ । ଦାମୋଦର ସଏ ଜଣେ ଅତ୍ୟନ୍ତ ମେଳାପୀ ଓ ଦକ୍ଷ ସଂଗଠକ ଥିଲେ । ତାଙ୍କର ସାହସ ଓ ସେବା ମନୋଭାବ ଆମ ପାଇଁ ପ୍ରେରଣା ହୋଇ ରହିବ ବୋଲି କହିଛନ୍ତି ଇଂ ଘଡାଇ। ଏଭଳି ଦୁଃଖଦ ପରିସ୍ଥିତିରେ ତାଙ୍କ ପରିବାର ବର୍ଗଙ୍କୁ ସମବେଦନା ଜଣେଇବା ସହ ଅମର ଆତ୍ମାର ସଦଗତି କାମନା କରୁଛି ବୋଲି କହିଛନ୍ତି ଇଂ ଘଡାଇ ।

The post ଦାମୋଦରଙ୍କ ସେବା ମନୋଭାବ ଆମ ପାଇଁ ପ୍ରେରଣା ହୋଇ ରହିବ-ଇଂ ପ୍ରୀତିରଞ୍ଜନ appeared first on orissaleads.

News